Download Now Banner

This browser does not support the video element.

ଲକ୍ଷ୍ମୀପୁର: ସଂଧ୍ଯା ସମୟରେ ହଠାତ୍ ଲକ୍ଷ୍ମୀପୁରରେ ମାଡି ଆସିଲା ଘନ କୁହୁଡି, ଯାନବାହାନ ଯାତାୟାତ ବାଧାପ୍ରାପ୍ତ

Lakshmipur, Koraput | Aug 27, 2025
ଲକ୍ଷ୍ମୀପୁରରେ ଆଜି ସକାଳୁ ପାଗ କୋହଲା କରିଥିବା ବେଳେ ସାଢେ ଦୁଇଟା ପରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା। ପ୍ରାୟ ତିନି ଘଣ୍ଟା ଧରି ବର୍ଷା ବର୍ଷୀବା ପରେ ସନ୍ଧ୍ୟା ସାଢେ ପାଞ୍ଚଟା ବେଳେ ମାଡି ଆସିଥିଲା ପ୍ରବଳ କୁହୁଡି।ଏପରିକି ରାସ୍ତା ଦୁସୁ ନଥିବା କାରଣରୁ ରାୟଗଡା ଓ କୋରାପୁଟ କୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୩୨୬ ରେ ଅନେକ ଯାନବାହାନ ଚଳ ପ୍ରଚଳରେ ବାଧା ଉପୁଜିଥିଲା।ପ୍ରାୟ ଘଣ୍ଟାଏ ଧରି କୁହୁଡି ସାରା ବ୍ଲକ ସଦରକୁ ଘୋଡେଇ ରଖିଥିଲା।ଘନ କୁହୁଡି ଯୋଗୁଁ ପାଖରେ ଥିବା ଲୋକଙ୍କ ମୁହଁଙ୍କୁ ମୁହଁ ଦୁସୁ ନଥିବା କାରଣରୁ ବଜାର ଉପରେ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।
Read More News
T & CPrivacy PolicyContact Us