This browser does not support the video element.
ବୌଦ୍ଧ ସଦର: ମଝିସାହି ଓ ବଘିଆପଡା ଗ୍ରାମରୁ ବିଦେଶୀ ମଦ ବିକ୍ରି ଅଭିଯୋଗରେ ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ଅବକାରୀ ବିଭାଗ
Baudh Sadar, Boudh (Bauda) | Apr 5, 2024
ମଝିସାହି ଓ ବଘିଆପଡା ଗ୍ରାମରୁ ବିଦେଶୀ ମଦ ବିକ୍ରି ଅଭିଯୋଗରେ ଗିରଫ ଦୁଇ ଅଭିଯୁକ୍ତଙ୍କୁ ଆଜି ଅପରାହ୍ନରେ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ। ସୂଚନା ଅନୁସାରେ ବୌଦ୍ଧ ମୋବାଇଲ ସ୍କ୍ୱାର୍ଡ ପକ୍ଷରୁ ବୌଦ୍ଧ ସଦର ଥାନା ଅନ୍ତର୍ଗତ ମଝିସାହି ଗ୍ରାମରେ ଚଢ଼ାଉ କରି ବିଦେଶୀ ମଦ ବିକ୍ରି ଅଭିଯୋଗରେ ସୁବ୍ରତ ପ୍ରଧାନକୁ ଗିରଫ କରାଯାଇଥିଲା। ସେହିପରି ବଘିଆପଡା ଗ୍ରାମ ରାସ୍ତାରୁ ବିଦେଶୀ ମଦ ନେଇ ଯାଉଥିବା ବେଳେ ସନ୍ତୋଷ ସାହୁକୁ ଅବକାରୀ ବିଭାଗ ଗିରଫ କରିଥିଲା।