Download Now Banner

This browser does not support the video element.

ହିନ୍ଦୋଳ: ବଡ଼ଗୋଳ ଗାଁ ମଧ୍ୟରେ ଦିନରେ ବୁଲୁଛି ହାତୀ, ଲୋକେ ଭୟଭୀତ

Hindol, Dhenkanal | Aug 23, 2025
ସ୍ପଷ୍ଟ ଦିବାଲୋକରେ ଗାଁ ଭିତରେ ପଶି ବୁଲିଛି ହାତୀ । ହାତୀକୁ ଦେଖି ଗ୍ରାମବାସୀ ଭୟଭୀତ ଅଛନ୍ତି Iଏଭଳି ଚିତ୍ର ଯେ କେହି ଦେଖିଲେବି ଭୟଭୀତ ହେବା ନିଶ୍ଚିତ I ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜର ବଡ଼ଗୋଳ ଗାଁରେ ଆଜି ମଧ୍ୟାହ୍ନ 12.30ମିନିଟ ବେଳେ ଦେଖିବାକୁ ମିଳିଛି ଏହିଭଳି ଦୃଶ୍ୟ | ଏହି ଗୋଟିକିଆ ହାତିଟି ସକାଳେ ସାତମାଇଲ ହିନ୍ଦୋଳ ରାସ୍ତାରେ ପ୍ରଥମେ ଦେଖିବାକୁ ମିଳିଥିଲା। ଲୋକେ ଘଉଡ଼ାଇବା ପରେ ଜଙ୍ଗଲ ଦେଇ ଏବେ ପୁଣି ପାଖରେ ବଡଗୋଳ ଗାଁରେ ପ୍ରବେଶ କରିଚି। ଭୟରେ ଲୋକେ ଘର ଛାତ ଉପରକୁ ଚଢି ଏହାର ଭିଡିଓ ଉତ୍ତୋଳନ କରିଛନ୍ତି।
Read More News
T & CPrivacy PolicyContact Us