This browser does not support the video element.
କଟକ ପୌରାଞ୍ଚଳ: ବଜ୍ରକୋଟ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ଚୋରି ଘଟଣାରେ ଚୌଦ୍ୱାର ପୁଲିସ ଶୁକ୍ରବାର ୩ ଜଣ ମହିଳା ଓ ପୁରୁଷଙ୍କୁ ଗିରଫ କରିଛି
Cuttack M Corp PS, Cuttack | Sep 5, 2025
ଟାଙ୍ଗୀ ଚୌଦ୍ୱାର ବ୍ଲକ ବଡ ସାମନ୍ତରାପୁର ପଞ୍ଚାୟତ ବଜ୍ରକୋଟ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ଅଭିନବ ଉପାୟରେ ଟଙ୍କା ଚୋରି ଘଟଣାରେ ଚୌଦ୍ୱାର ପୁଲିସ ୩ ଜଣ ମହିଳା ଓ ପୁରୁଷଙ୍କୁ ଶୁକ୍ରବାର ସନ୍ଧ୍ୟା ୬ଟାରେ ଗିରଫକରି ଅଦାଲତ ପଠାଇଥିବା ବେଳେ ୨ ଜଣ ନାବାଳକକୁ ଅନୁଗୋଳ ସ୍ଥିତ ସୁଧାର ଗୃହକୁ ପଠାଇଛି। ସେମାନଙ୍କ ନିକଟରୁ ୧୨ ହଜାର ୯୮୦ ଟଙ୍କା ମଧ୍ୟ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଝାରସୁଗୁଡ଼ା ପୂର୍ଣ୍ଣ ବସ୍ତି ବାବୁପଡାର ବିଜୟ ଷଣ୍ଢ(୪୫), ସମ୍ବଲପୁର ଷ୍ଟେସନ ବଜାରର ପୂଜା ମାଲହାର (୪୫) ଓ ରୂପା ମାଲହାର(୨୦) ବୋଲି ପୁଲିସ ସୂତ୍ରରୁ ସୂଚନା ରହିଛି।