This browser does not support the video element.
ତେଲକୋଇ: କମଣାଙ୍ଗ ଗାଁ ରେ କ୍ରିକେଟ ବଲ ବାଜିଲା ବୋଲି ୧୨ ବର୍ଷର ଶିଶୁପୁତ୍ରକୁ ବାଉଁଶ ଠେଙ୍ଗାରେ ମାଡ଼ ମାରି ମୁହଫଟାଇ ତଣ୍ଟି ଚିପିଦେଲେ ଯୁବକ
Telkoi, Kendujhar | Sep 30, 2025
କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଶିବନାରାୟଣପୁରଗୋଡା ପଞ୍ଚାୟତ ଅନ୍ତର୍ଗତ କମଳାଙ୍ଗ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି, ଆଜି ଗାଁର କିଛି କୁମଳମତି ବାଳକ ଘର ନିକଟସ୍ଥ ପଡ଼ିଆରେ କ୍ରିକେଟ୍ ଖେଳୁଥିବା ବେଳେ ବଲଟି ଗ୍ରାମର ପ୍ରଫୁଲ୍ଲ ମୁଣ୍ଡାଙ୍କ ପୁଅ ପ୍ରଶାନ୍ତ ମୁଣ୍ଡା ଯୁବକ ଙ୍କ ଦେହରେ ବାଜିବାରୁ ଉତ୍ତେଜିତ ହୋଇ ଏକ ବାଉଁଶ ଠେଙ୍ଗାରେ ପିତାମ୍ବର ମହାନ୍ତଙ୍କ ପୁଅ ବରୁଣକୁ ମାଡ଼ ମାରି ବାରୁ ମୁହଁ ଫାଟିଯିବା ସହିତ ନାକରୁ ପ୍ରବଳ ରକ୍ତସ୍ରାବ ହୋଇଛି । ତେଲକୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଜାରିରଖି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ରାତ୍ରୀ ଆଠଟାରେ ପରିବାର ।