This browser does not support the video element.
ଗୋବିନ୍ଦପୁର: କହପାଣି ଗଉଡ଼ପଡ଼ା ଠାରେ ଫାଶୀ ଲଗାଇ ଜଣେ ବ୍ୟକ୍ତିଙ୍କ ଆତ୍ମହତ୍ୟା, ତଦନ୍ତ ଆରମ୍ଭ କଲା ପୋଲିସ
Govindpur, Sambalpur | Aug 25, 2025
ବାମରା ବ୍ଲକ ଅନ୍ତର୍ଗତ କହପାଣି ଗଉଡ଼ପଡ଼ା ର ନେଲସନ୍ ବୁଡ ଓ ତାଙ୍କ ସ୍ତ୍ରୀ ଙ୍କ ମଧ୍ୟରେ ରବିବାର ରାତିରେ କୌଣସି କଥାକୁ ନେଇ ପାଟିତୁଣ୍ଡ ଓ ଗଣ୍ଡଗୋଳ ହୋଇଥିଲା। ପରେ ସମସ୍ତେ ଶୋଇ ପଡ଼ିଥିଲେ। ସୋମବାର ସକାଳେ ଘର କୋଠରୀ ରେ ନେଲସନ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଦେଖି ପରିବାର ଲୋକ ଗୋବିନ୍ଦପୁର ପୋଲିସ କୁ ସୂଚନା ଦେଇଥିଲେ। ସୂଚନା ପାଇ ପୋଲିସ ଘଟଣାସ୍ଥଳ କୁ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଗୋବିନ୍ଦପୁର ଡାକ୍ତରଖାନାକୁ ପଠାଇ ଥିଲେ।