This browser does not support the video element.
ଖଲ୍ଲିକୋଟ୍: ବଡ଼ ଘାଟିରେ ଓଲଟିଲା କଣ୍ଟେନର ବୋଝେଇ ଟ୍ରଲର, ଡ୍ରାଇଭର ଗୁରୁତର
Khalikote, Ganjam | Aug 22, 2025
୧୬ ନଂ ଜାତୀୟ ରାଜପଥର ବଡ଼ ଘାଟିରେ ଆଜି ଅପରାହ୍ନ ୨ ଟା ସମୟରେ ଏକ କଣ୍ଟେନର ବୋଝେଇ ଟ୍ରଲର ଓଲଟି ପଡ଼ିଥିବା ବେଳେ ଟ୍ରଲର ଡ୍ରାଇଭର ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାର ଡ୍ରାଇଭର କୁ ଉଦ୍ଧାର କରାଯାଇ ପ୍ରଥମେ ଖଲ୍ଲିକୋଟ ମେଡ଼ିକାଲ ଓ ପରେ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ଡ୍ରାଇଭର ଜଣଙ୍କ ବିଶାଖାପାଟଣା ଗାଯୁଆକା ଦୂର୍ଗାନଗର ର ଗୌରିନନ୍ଧ ରାଜୁ ବୋଲି ଜଣା ପଡ଼ିଛି । ସେପଟେ ପୋଲିସ ଟ୍ରଲର କୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।