This browser does not support the video element.
ବୌଦ୍ଧ ସଦର: ଗୁଂଡଚିତରା ଓ ଦେଓଗାଁ ଗ୍ରାମରେ ଚଢ଼ାଉ କରି ମଦ ଜବତ କଲା ଅବକାରୀ ବିଭାଗ
Baudh Sadar, Boudh (Bauda) | Apr 9, 2024
ଗୁଂଡଚିତରା ଓ ଦେଓଗାଁ ଗ୍ରାମରେ ସୋମବାର ଅପରାହ୍ନ ୪ଟାରେ ବୌଦ୍ଧ ଅବକାରୀ ବିଭାଗ ମୋବାଇଲ ସ୍କ୍ୱାଡ଼ ପକ୍ଷରୁ ଚଢ଼ାଉ କରି ମଦ ଜବତ କରାଯାଇଛି l ଗୁଂଡଚିତରା ଗ୍ରାମର ଜଣେ ବ୍ୟକ୍ତିଙ୍କ ନିକଟରୁ 7 ଲିଟର ଦେଶୀ ମଦ ଓ ଦେଓଗାଁ ଗ୍ରାମର ଜଣେ ବ୍ୟକ୍ତିଙ୍କ ନିକଟରୁ 8 ଲିଟର ଦେଶୀ ମଦ ଜବତ କରାଯାଇଛି l ଏହାସହ ମଦ ବିକ୍ରିରେ ସଂପୃକ୍ତ ଦୁଇ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରାଯାଇଛି ।