This browser does not support the video element.
କବିସୂର୍ଯ୍ୟନଗର: ଡାହିକିଛକ ନିକଟରୁ ଦୁଇ ଜଣ ମଦ୍ୟପ ଚାଳକକୁ ଅଟକ ସହ ବାଇକ କୁ ଜବତ କଲା ବେଗୁନିଆପଡା ପୋଲିସ
Kabisuryanagar, Ganjam | Aug 11, 2025
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ପୋଲିସ ସୋମବାର ରାତ୍ର 8 ଘଣ୍ଟ ସମୟରେ ଅଙ୍ଗାରଗାଁ ନିକଟ ଡାହିକିଛକରୁ ଦୁଇ ଜଣ ମଦ୍ୟପ ଚାଳକଙ୍କୁ ଅଟକ ସହ ବାଇକକୁ ଜବତ କରିଛି । ମଦ୍ୟପ ଚାଳକ ହେଲେ ବାଣପୁର ଥାନା ଅନ୍ତର୍ଗତ ବାଣପୁର ଗ୍ରାମର ସୁରେନ୍ଦ୍ର ପ୍ରଧାନ ଙ୍କ ପୁଅ ସିପୁନ ପ୍ରଧାନ ଓ ବେଗୁନିଆପଡା ଥାନା ଅନ୍ତର୍ଗତ ତାଳସର ଗୋପାଳପୁର ଗ୍ରାମର ପବନା ଜେନା ଙ୍କ ପୁଅ ରାଜେଶ ଜେନା । ପୋଲିସ ଯାଞ୍ଚ ସମୟରେ ଧରାପଡ଼ି ଥିଲେ । ମଦ ପିଇ ଥିବା ଜଣାପଡିବା ପରେ ଏହି ଦୁଇ ଜଣଙ୍କୁ ଅଟକ ସହ ବାଇକ ନମ୍ବର OD 07 BR 6857, OD 02 CS 3934 କୁ ଜବତ କରି ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।