This browser does not support the video element.
ପୁରୀ ମ୍ୟୁନିସିପାଲଟି: ପୁରୀ ନରେନ୍ଦ୍ର କୋଣରେ ଥିବା ଏକ ଗେଷ୍ଟ ହାଉସରୁ ନାବାଳକ ଉଦ୍ଧାର।
Puri M, Puri | Sep 9, 2025
ଅପହରଣ କରି ପୁରୀ ନରେନ୍ଦ୍ର କୋଣର ଏକ ଗେଷ୍ଟ ହାଉସରେ ନାବାଳକକୁ ରଖିଥିଲେ। ଯାହାକୁ ଉଦ୍ଧାର କରିଛି ପୁରୀ ପୋଲିସ।ତିନିଜଣ ଦୁର୍ବୃତ୍ତ ନାବାଳକକୁ ଅପହରଣ କରି ପୁରୀ ନେଇ ଆସିଥିଲେ। ନରେନ୍ଦ୍ର କୋଣରେ ଏକ ଗେଷ୍ଟ ହାଉସରେ ନାବାଳକ ଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ପୋଲିସ। ଗେଷ୍ଟ ହାଉସରେ ଚଢାଉ ସମୟରେ ଉଦ୍ଧାର ହୋଇଛି ନାବାଳକ। ପୋଲିସକୁ ଦେଖି ଚମ୍ପଟ ମାରିଥିଲେ ତିନିଜଣ ଅପହରଣକାରୀ। ପୁରୀ ଏସପି ପ୍ରତୀକ ସିଂଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଚଢ଼ାଉରେ ଥିଲେ ସାମିଲ୍। ଅପହରଣରେ ବ୍ୟବହୃତ କାରକୁ ଜଗନ୍ନାଥ ବଲ୍ଲଭ ପାର୍କିଂରୁ ଜବତ କରିଛି ପୋଲିସ।