This browser does not support the video element.
ଗୋବିନ୍ଦପୁର: ଲଗାଣ ବର୍ଷାରେ ବଡ଼ଡୁମେରମୁଣ୍ଡା ଗ୍ରାମ ରେ ଭାଙ୍ଗିଲା ଜଣକ ଘର
Govindpur, Sambalpur | Aug 26, 2025
ଲଗାଣ ବର୍ଷା ରେ ବାମରା ସ୍ଥିତ ବଡ଼ଡୁମେରମୁଣ୍ଡା ଗ୍ରାମ ର ଜଣେ ବ୍ୟକ୍ତି ଙ୍କ ଘର ଭୁଶୁଡ଼ି ଯାଇଥିବା ଜଣାପଡିଛି। ସୂଚନା ଅନୁସାରେ ଗତ ୪ ଦିନ ରୁ ବାମରା ଅଞ୍ଚଳ ରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ବଡ଼ ଡୁମେରମୁଣ୍ଡା ଗ୍ରାମ ର କାଳୀ ଚରଣ ନାଏକ ଙ୍କ ମାଟି ଘର ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଇଛି। ଆର୍ଥିକ ସହାୟତା ପାଇଁ ସେ ମଙ୍ଗଳବାର ଅପରାହ୍ନ ୪ ଟା ସମୟରେ ରାଜସ୍ବ ବିଭାଗ ଠାରେ ଅନୁରୋଧ କରିଛନ୍ତି।