This browser does not support the video element.
ବୀରମହାରାଜପୁର: ମହାଦେବପାଲି ପଞ୍ଚାୟତ ସଭା ଗୃହରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ , ଯୋଗଦେଲେ ବିଡ଼ିଓ
Biramaharajpur, Subarnapur (Sonepur) | Aug 25, 2025
ବିନିକା ଥାନା ଅନ୍ତର୍ଗତ ମହାଦେବପାଲି ପଞ୍ଚାୟତ ସଭା ଗୃହରେ ଆଜି ଦିନ ପ୍ରାୟ 1ଟା30ମିନିଟ ପର୍ଯ୍ୟନ୍ତ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି l ସରପଞ୍ଚ ପ୍ରଣତି ମହାକୁରଙ୍କ ତତ୍ୱାବଧାନାରେ ଆୟୋଜିତ ଶିବିରକୁ ବିଡ଼ିଓ ମଣ୍ଟୁ ଖମାରି ଯୋଗଦେଇ ଜନସାଧାରଣଙ୍କ ଅପତୀ ଅଭିଯୋଗ ଶୁଣିଥିଲେ l ଶିବିରରେ ବିଭିନ୍ନ ସମସ୍ୟା ନିହିତ 22ଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରାଯାଇଥିଲା l ସେଥି ମଧ୍ୟରୁ 21ବ୍ୟକ୍ତିଗତ ଏବଂ ଗୋଟିଏ ସାମୁହିକ ଅଭିଯୋଗ ହୋଇଥିଲା l ଶିବିରକୁ ଜିପିଡିଓ ଶରତ ମିଶ୍ର ଙ୍କ ସମେତ ବ୍ଲକ ର ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ l ପିଇଓ ଶିବରାମ ମିଶ୍ର