This browser does not support the video element.
କବିସୂର୍ଯ୍ୟନଗର: ତାଳସର ଠାରେ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ
Kabisuryanagar, Ganjam | Aug 22, 2025
ବେଗୁନିଆପଡା ବ୍ଳକ ଅନ୍ତର୍ଗତ ତାଳସର ଠାରେ ଶୁକ୍ରବାର ଦିନ ଦୁଇଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ।ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସମସ୍ୟାର ପ୍ରାଥମିକ ସମାଧାନ ପାଇଁ ଗ୍ରାମ୍ୟ ଉର୍ନ୍ନୟନ ବିଭାଗ ଦ୍ୱାରା ନିର୍ମିତ ହେବାକୁ ଥିବା ସ୍ୱାସ୍ଥ୍ୟ ଉପକେନ୍ଦ୍ର ଓ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ନିର୍ମିତ କୋଠଘର କୁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ମଣ୍ଡଳ ସଭାପତି ରାଜେନ୍ଦ୍ର ଭୂୟାଁ, ପ୍ରତିନିଧି ନାରାୟଣ ସୁମନ୍ତରାୟ, ସରପଞ୍ଚ ମୁକୁନ୍ଦ ମାଧବ ସ୍ୱାଇଁ, ସମିତି ସଭ୍ୟ ମାଧବ ରାଉତ ଉପସ୍ଥିତ ଥିଲେ ।