This browser does not support the video element.
ଦେବଗଡ: ନୂଆଗାଁ ଗ୍ରାମରେ କୁକୁଡାକୁ କେନ୍ଦ୍ର କରି ଭାଉଜଙ୍କୁ ମାଡ ମାରିଲେ ଦିଅର
Debagarh, Debagarh (Deogarh) | Sep 6, 2025
ଦେବଗଡ ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମରେ କୁକୁଡାକୁ କେନ୍ଦ୍ର କରି ଭାଉଜଙ୍କୁ ଦିଅର ମାଡ ମାରିବା ସହିତ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି । ଆଜି ଦିନ ପ୍ରାୟ ୨ ଟାରେ ଏନେଇ ଦେବଗଡ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଅଧିକ ତଦନ୍ତ କରୁଥିବା ଜଣାପଡିଛି । ଅଭିଯୋଗ ଅନୁଯାୟୀ ଗତକାଲି ରାତିରେ ଟୁନା ନାଏକ ତାଙ୍କ ସ୍ତ୍ରୀ ଯମୁନା ନାଏକଙ୍କୁ ଫୋନ ଯୋଗେ ସୂଚନା ଦେବା ସହିତ ଘରେ ଥିବା ଏକ କୁକୁଡା ସେହି ଗ୍ରାମର ସୁବାସ ପାତ୍ରଙ୍କୁ ଦେବା ପାଇଁ କହିଥିଲେ ।