This browser does not support the video element.
କବିସୂର୍ଯ୍ୟନଗର: କୁମ୍ଭାରଗାଁ ଠାରେ ସୁସ୍ଥ ନାରୀ ସଶକ୍ତ ପରିବାର ଓ ପୋଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
Kabisuryanagar, Ganjam | Sep 24, 2025
ନାରୀ ସୁସ୍ଥ ରହିଲେ ପରିବାର ସୁସ୍ଥ ରହିବ । ଏଣୁ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ବନ ରହିବା ଆବଶ୍ୟକ । ଏଥିସହିତ ସ୍ୱାସ୍ଥ୍ୟ ପ୍ରତି କେଉଁ ଖାଦ୍ୟ ପଦାର୍ଥ ଆବଶ୍ୟକ କେତେ ପରିମାଣର ଆବଶ୍ୟକ କେଉଁ ଖାଦ୍ୟ ରୁ କଣ ଭିଟାମିନ ମିଳେ ସେଥିପାଇଁ ପାଇଁ ସଚେତନତା କାର୍ଯ୍ୟକ୍ରମ ବୁଧବାର ଦିନ ବେଗୁନିଆପଡା ବ୍ଲକର କୁମ୍ଭାରଗାଁ ପଂଚାୟତ ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବେଗୁନିଆପଡା ଭାରପ୍ରାପ୍ତ ବିଡ଼ିଓ ସସ୍ମିତା ଶତପଥି, ସି ଡି ପି ଓ ନୀଳିମା ଟପ୍ପୋ, ଡାକ୍ତର ମନୋଜ କୁମାର ସାହୁ, ସରପଞ୍ଚ ରଶ୍ମିତା ବେହେରା, ସମିତି ସଭ୍ୟ ସତୀଶ ରଞ୍ଜନ ତାରିଣୀ ଙ୍କ ସମେତ ଆଇ ସି ଡି ଏସ ସୁପର ଭାଇଜର ଉପସ୍ଥିତ ଥିଲେ।