This browser does not support the video element.
କୋଟପାଡ: ବୈପାରୀଗୁଡା ଠାରେ ଐତିହାସିକ କୃଷି ପର୍ବ ବାଲିଯାତ୍ରା ଅନୁଷ୍ଠିତ ହୋଇଯାଇଛି l
Kotpad, Koraput | Sep 12, 2025
ବୈପାରୀଗୁଡା ଐତିହାସିକ କୃଷି ପର୍ବ ବାଲିଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଶୁକ୍ରବାର ଅପରାହ୍ନ ପଞ୍ଚ ଟା ସମୟରେ ଲାଠି ପ୍ରତୀକ ଠାକୁର ନଗର ପରିକ୍ରମା ଆରମ୍ଭ ହୋଇଛି l ଅବିଭକ୍ତ କୋରାପୁଟ ଜିଲାରେ ଏହି ପର୍ବର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଆଜି ମଧ୍ୟହ୍ନରେ ଗୁମ୍ମା ସ୍ଥିତ ଲାଠି ପ୍ରତୀକ ଠାକୁର ରୀତିନୀତି ଅନୁଯାଇ ପୂଜାର୍ଚ୍ଚନା ପରେ ଅପରାହ୍ନରେ ବୈପାରୀଗୁଡା ନଗର ପରିକ୍ରମା ଆରମ୍ଭ କରିଛନ୍ତି l ରାତି ତୋମାମ ପ୍ରତି ସାହି ଗଳି କନ୍ଦିରେ ଲାଠି ପ୍ରତୀକ ଠାକୁର ପୂଜା ପାଇବା ନିୟମ ରହିଛି l ଏହି ବାଲିଯାତ୍ରା ରେ ହଜାର ହଜାର ଲୋକ ପାରମ୍ପରିକ ବାଜା ବଜାଇ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି