Download Now Banner

This browser does not support the video element.

ସତ୍ୟବାଦୀ: ସତ୍ୟବାଦୀ ହାଇସ୍କୁଲରେ ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ

Satyabadi, Puri | Sep 20, 2024
ଆଜି ଦିନ ୧୨ଟାରେ ସତ୍ୟବାଦୀ ହାଇ ସ୍କୁଲରେ ଏକ ବ୍ଲକ୍‌ ସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ ହୋଇଯାଇଛି। ସେମିନାରରେ ତୃତୀୟା ଦେବ ନୋଡାଲ ହାଇ ସ୍କୁଲର ଛାତ୍ରୀ ଶୁଭଶ୍ରୀ ସୁଭସ୍ମିତା ସ୍ୱାଇଁ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି। ଶୁଭଶ୍ରୀ ତୃତୀୟା ଦେବ ନୋଡାଲ ହାଇ ସ୍କୁଲର ବିଜ୍ଞାନ ଶିକ୍ଷାୟତ୍ରୀ ନିରୂପମା ବରାଳଙ୍କ ତତ୍ବାବଧାନରେ ସମ୍ପ୍ରତି ସମୟରେ ବ୍ୟକ୍ତି କିଭଳି (AI) କୃତ୍ରିମ ବୁଦ୍ଧିମତା ପ୍ରୟୋଗ କରି ତାର ଲକ୍ଷ ହାସଲ କରିଛି ଓ ଏହା ଆଗାମୀ ଦିନରେ ମାନବ ସମାଜ ଉପରେ ପଡୁଥିବା ପ୍ରଭାବକୁ ସୁନ୍ଦର ଭାବେ ଚିତ୍ରଣ କରିଥିଲେ ।
Read More News
T & CPrivacy PolicyContact Us