This browser does not support the video element.
ଡାବୁଗାଁ: ପାପଡାହାଣ୍ଡି ଲାଲ ବାହାଦୂର ଉଚ୍ଚ ବିଦ୍ୟାଳୟ ଠାରେ ରକ୍ତତୀର୍ଥର ଆତ୍ମଲିପି କାର୍ଯ୍ୟକ୍ରମ ଅନୁଷ୍ଠିତ
Dabugan, Nabarangpur | Aug 22, 2025
ଆଜି ପାପଡାହାଣ୍ଡି ଲାଲ ବାହାଦୂର ଉଚ୍ଚ ବିଦ୍ୟାଳୟ ଠାରେ ଶହୀଦ ସ୍ମୃତି ଦିବସ ପାଳନ ଅବସରରେ ରକ୍ତ ତୀର୍ଥର ଆତ୍ମଲିପି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଅତିଥି ଭାବେ ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା,ସମ୍ମାନିତ ଅତିଥି ଭାରତୀ ବିଶୋଇ,ମୂଖ୍ୟ ଆଲୋଚକ ଭାବେ ପ୍ରଭାତୀ ବିଶୋଇ, ସଭାମୁଖ୍ୟ ଭାବେ ସାଇମନ ବିଡ଼ିକା,ସବ୍ୟସାଚି ବିଶୋଇ ପ୍ରମୁଖ ଯୋଗଦେଇଥିଲେ | କାର୍ଯ୍ୟକ୍ରମରେ 1942 ଅଗଷ୍ଟ 24ରେ ଶହୀଦ ହୋଇଥିବା ସଂଗ୍ରାମୀଙ୍କ ବିଷୟରେ ଆଲୋଚନା ହୋଇଥିଲା | ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଯୋଗଦେଇଥିଲେ |