This browser does not support the video element.
ସୁକିନ୍ଦା: ସୁକିନ୍ଦା ଗଡରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ଶତାବ୍ଦୀ ସ୍ଵାଗତ ସଞ୍ଚଳନ ଅନୁଷ୍ଠିତ
Sukinda, Jajpur | Sep 6, 2025
ସୁକିନ୍ଦା ଗଡରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ଶତାବ୍ଦୀ ସ୍ଵାଗତ ସଞ୍ଚଳନ ଅନୁଷ୍ଠିତ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ସୂଚନା ମୁତାବକ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ସୁକିନ୍ଦା ଖଣ୍ଡ ପକ୍ଷରୁ ସମସ୍ତ ସଙ୍ଗଠକ ମାନେ ସୁକିନ୍ଦା ବ୍ଲକ କାର୍ଯ୍ୟାଳୟ ନିକଟରେ ଏକତ୍ରିତ ହୋଇ ପଥ ସଞ୍ଚଳନ ଆସି ହନୁମାନ ଛକ ପାଖ 53 ନଂ ଜାତୀୟ ରାଜପଥ ଦେଇ ରଥ ଛକ ହୋଇ ଆସି ଥାନା ଛକ ହୋଇ ଶେଷରେ ସୁକିନ୍ଦା ମିନା ବଜାରରେ ପହଞ୍ଚି ଥିଲା । ସୁକିନ୍ଦା ମିନା ବଜାରରେ ଧ୍ଵଜ ଉତ୍ତୋଳନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।