This browser does not support the video element.
ସୋର: ବିଭିନ୍ନ ଦାବୀ ନେଇ ଅନନ୍ତପୁର ଡାକ୍ତରଖାନା ସମ୍ମୁଖରେ ମେଡିକାଲ କ୍ରିୟାନୁଷ୍ଠାନ କମିଟିର ଧାରଣା
Soro, Balasore | Aug 30, 2025
ସୋର ବ୍ଲକ ଅନନ୍ତପୁର ଡାକ୍ତରଖାନାର ବିଭିନ୍ନ ସମସ୍ୟାକୁ ନେଇ ଅନନ୍ତପୁର ଡାକ୍ତରଖାନା କ୍ରିୟାନୁଷ୍ଠାନ କମିଟି ଡ଼ାକରାରେ ଶତାଧିକ ଲୋକ ଧାରଣାରେ ବସିଥିଲେ ।ପ୍ରତିଦିନ ଏହି ଡାକ୍ତରଖାନା ଉପରେ ସୋର,ବାହାନଗା ଓ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକରୁ ହଜାରହଜାର ଲୋକ ନିର୍ଭରଶୀଳ ହେଉଥିବା ବେଳେ ଦିର୍ଘବର୍ଷ ଧରି ଡାକ୍ତରଖାନାରେ ଡାକ୍ତର ଓ କର୍ମଚାରୀଙ୍କ ପଦବୀ ଖାଲି ପଡ଼ିବା ସହିତ ଡ୍ରେନେଜ ସମସ୍ୟା,ବିଦ୍ୟୁତ ସମସ୍ୟା ଆଦି ଅନେକ ସମସ୍ୟା କୁ ନେଇ ଏହି ଗଣଧାରଣା ଦିଆଯାଇଥିଲା । ୮ ଟି ସମସ୍ୟାକୁ ନେଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବାରମ୍ବାର ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଥିଲା।