Download Now Banner

This browser does not support the video element.

ଗୋବିନ୍ଦପୁର: ବନ୍ଧାବାର ସଂରକ୍ଷିତ ଜଙ୍ଗଲରେ ମସନିକାନି ଗ୍ରାମ ର ଜଣେ ବ୍ୟକ୍ତି ଙ୍କୁ ଦଳି ମାରିଦେଲା ହାତୀ

Govindpur, Sambalpur | Sep 13, 2025
ବାମରା ବ୍ଲକ କିନାବଗା ପଞ୍ଚାୟତ ଅନ୍ତର୍ଗତ ବନ୍ଧାବାର ସଂରକ୍ଷିତ ଜଙ୍ଗଲ ରେ ଜଣେ ବ୍ୟକ୍ତିଙ୍କୁ ହାତୀ ଦଳିଚକଟି ମାରିଦେଇଥିବା ଜଣାପଡିଛି। ମୃତ ବ୍ୟକ୍ତି ଜଣକ ମସନିକାନି ଗ୍ରାମର ହେରମାନ ଡାଙ୍ଗ ଓ ତାଙ୍କ ବୟସ ୫୫ ବର୍ଷ ବୋଲି ଜଣାପଡିଛି। ସେ ଗତ ଶୁକ୍ରବାର ଦିନ ବନ୍ଧାବାର ସଂରକ୍ଷିତ ଜଙ୍ଗଲକୁ ଛତୁ ସଙ୍ଗ୍ରହ କରିବା ପାଇଁ ଯାଇ ଆଉ ଘର କୁ ଫେରିନଥିଲେ। ଶନିବାର ଦିନ ତାଙ୍କ କ୍ଷତବିକ୍ଷତ ଶବ ଜଙ୍ଗଲ ରେ ପଡିରହିଥିବା ସୂଚନା ପାଇ ବନବିଭାଗ କର୍ମଚାରୀମାନେ ମୃତ ଦେହକୁ ଉଦ୍ଧାର କରିଥିଲେ। ଗଡପୋଷ ପୋଲିସ ଫାଣ୍ଡି ଅଧିକାରୀ ଅମୂଲ୍ୟ ଗଡ଼ନାୟକ ଏକ ଅପ ମୃତ୍ୟୁ ମାମଲା ରୁଜୁ କରିଛନ୍ତି।
Read More News
T & CPrivacy PolicyContact Us