This browser does not support the video element.
ବୌଦ୍ଧ ସଦର: ବିରିଗଡ଼ ଗ୍ରାମ ରାସ୍ତାରୁ ବାଇକ ସହିତ ୪୦ଲିଟର ବେଆନ ମହୁଲି ମଦକୁ ଜବତ କଲା ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ
Baudh Sadar, Boudh (Bauda) | Sep 7, 2025
ଆଜି ସନ୍ଧ୍ୟା ୭ଟା ସମୟରେ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡର ଇନସ୍ପେକ୍ଟର ଗଦାଧର ମହାରଣାଙ୍କ ଦ୍ୱାରା ମିଳିଥିବା ସୂଚନା ଅନୁସାରେ l ଆଜି ପାଖାପାଖି ମଧ୍ୟାନ୍ହ ୧୨.୩୦ସମୟରେ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବୌଦ୍ଧ ଥାନା ଅନ୍ତର୍ଗତ ବିରିଗଡ଼ ଗ୍ରାମ ରାସ୍ତାରେ ଚୋରା ଦେଶି ମହୁଲି ମଦ ଚାଲାଣ ଜାଣି ଚଢ଼ାଉ କରିଥିଲା l ଏହି ଚଢ଼ାଉ ସମୟରେ ଆସାମୀ ଫେରାର ମାରିବାରେ ସଫଳ ହୋଇଥିବା ବେଳେ l ୪୦ଲିଟର ଦେଶି ମହୁଲି ମଦ ସହିତ ବ୍ୟବହୃତ ହିରୋ ଗ୍ଲେମର ବାଇକୁ ଜବତ କରି ମାମଲା ରୁଜୁ କରାଯାଇଛି l