Download Now Banner

This browser does not support the video element.

କୁଚିଣ୍ଡା: ଚାରଭାଟି ଗ୍ରାମ ରେ ବାପ କୁ ପିଟି ପିଟି ମାରିଦେଲେ ପୁଅ, ହତ୍ୟା ମାମଲା ରୁଜୁ କଲା ପୋଲିସ

Kochinda, Sambalpur | Aug 28, 2025
କୁଚିଣ୍ଡା ଥାନା ଅନ୍ତର୍ଗତ ଚାରଭାଟି ଗ୍ରାମର ବିବର୍ଦ୍ଧନ ରକ୍ସା ମଦ ପିଇ ଘରକୁ ଆସି ବାପା କୃପାସିନ୍ଧୁ ରକ୍ସା ଙ୍କୁ ଟଙ୍କା ମାଗିଥିଲା , ମାତ୍ର ପୁଅ ମଦ୍ୟପ ଅବସ୍ଥାରେ ଥିବା ଦେଖି କୃପାସିନ୍ଧୁ ଟଙ୍କା ଦେବାକୁ ମନା କରି ଦେଇଥିଲେ। ଏହାକୁ ନେଇ ବାପ ଓ ପୁଅ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।ଏଥିରେ ଉତ୍ତ୍ୟକ୍ତ ହୋଇ ବିବର୍ଦ୍ଧନ ବାପାଙ୍କୁ ଧକ୍କା ମାରି ତଳେ ପକାଇ ଦେବା ସହ ବେକର ପଛପଟେ ବାରମ୍ବାର ମୁଥ ଓ ବିଧା ମାରିଥିଲା, ଫଳରେ ଘଟଣାସ୍ଥଳରେ କୃପାସିନ୍ଧୁ ମୃତ୍ୟୁ ବରଣ କରିଥିଲେ। ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣା ର ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି।
Read More News
T & CPrivacy PolicyContact Us