This browser does not support the video element.
ମାଲକାନଗିରି: ଓରକେଲ ପୋଲିସ ଦ୍ୱାରା ସୋରଲୁକୋଣ୍ଡା ବ୍ୟାରେଜ ନିକଟରୁ ୨୬ କିଲୋ ଗଞ୍ଜେଇ ଜବତ, ବାଇକ ସମେତ ୨ ଗିରଫ
Malkangiri, Malkangiri | Sep 12, 2025
ମାଲକାନଗିରି ଜିଲ୍ଲା ଓରକେଲ ପୋଲିସ ୨୬ କିଲୋ ଗଂଜେଇ ସମେତ ଗୋଟିଏ ବାଇକ ଏବଂ ୨ ଜଣଙ୍କୁ ଆଜି ସନ୍ଧ୍ୟା ୭ଟା ସମୟରେ କୋର୍ଟ ଚାଲାଣ କରିଛି। ମିଳିଥିବା ସୁଚନାନୁଯାୟୀ ଓରକେଲ ଥାନାଧିକାରୀ ଧୀରେନ ପଟ୍ଟନାୟକ ବିଶେଷ ସୂତ୍ରରୁ ଖବର ପାଇ ଅଜିତ ସିଂ ବରିହାଙ୍କ ନେତୃତ୍ୱରେ ଏକ ଟିମ ନିଳାକାମ୍ବେରୁ ଗ୍ରାମ ନିକଟସ୍ଥ ସୋରଲୁକୋଣ୍ଡା ବ୍ୟାରେଜ ନିକଟରେ ଯାଞ୍ଚ ନିମନ୍ତେ ଗୁରୁବାର ମଧ୍ୟାହ୍ନ ସମୟରେ ପଠାଇଥିଲେ। ଗୋଟିଏ ବାଇକ ଏମଭି-୧୨୦ ଗ୍ରାମ ପଟୁ ଦ୍ରୁତ ଗତିରେ ଆସୁଥିବା ଦେଖି ପୋଲିସ ଟିମ ଅଟକାଇଥିଲେ। ବାଇକରେ ବସିଥିବା ୨ ଯୁବକ ଏକ ବସ୍ତା ନେଇ ଆସୁଥିବା ବେଳେ ବସ୍ତାରେ କଣ ଅଛି ବୋଲି ପୋଲିସ ପଚାରି