This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ର ସପ୍ତମ ସାଧାରଣ ବୈଠକ ଅନୁଷ୍ଠିତ ଯୋଗଦେଲେ ନବରଙ୍ଗପୁର ବିଧାୟକ
Nabarangapur PS, Nabarangpur | Sep 10, 2025
ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକ ସ୍ଥିତ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ବୁଧବାର ସପ୍ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।ବିଡ଼ିଓ ସପ୍ତାହ ମଧ୍ୟରେ ଷ୍ଟାଣ୍ଡିଂ କମିଟି ଗଠନ କରିବାକୁ ନିର୍ଦେଶ ଦେଇଛନ୍ତି। ପ୍ରଥମେ ସ୍ୱାସ୍ଥ୍ୟ ବିଭାଗର ବିଭାଗୀୟ ଅଧିକାରୀ ଆଲୋଚନାରେ ଅଂଶ ଗ୍ରହଣ କରିଥିବା ବେଳେ ବିଧାୟକ ମାଝୀ ଶବ ବ୍ୟବଚ୍ଛେଦ ଗୃହ କାହିଁକି ହୋଇପାରୁନାହିଁ ବୋଲି ପ୍ରଶ୍ନ କରିଥିଲେ ହେଁ ବିଭାଗୀୟ ଅଧିକାରୀ କୌଣସି ସନ୍ତୋଷଜନକ ଜନକ ଉତ୍ତର ରଖି ନଥିଲେ। ସମିତି ବୈଠକରେ ଡେରିରେ ଆସୁଥିବା ବିଭିନ୍ନ ବିଭାଗର କର୍ମଚାରୀଙ୍କୁ ତାଗିଦ କରିବା କାରଣ ଦର୍ଶାଅ ନୋଟିସ ଦେଇଥିଲେ l