This browser does not support the video element.
ଢେଙ୍କାନାଳ ସଦର: ମାଣିପୁର ଗ୍ରାମପଞ୍ଚାୟତରେ କଲ୍ୟାଣ ମଣ୍ଡପ ଲୋକାର୍ପଣ ଉତ୍ସବରେ ମନ୍ତ୍ରୀ
Dhenkanal Sadar, Dhenkanal | Aug 24, 2025
ଢେଙ୍କାନାଳ ସଦର ପଞ୍ଚାୟତ ସମିତି ଅଧକ୍ଷ ଶ୍ରୀ କାଳନ୍ଦୀ ବାରିକ, ସଦର ବିଡ଼ିଓ ଶ୍ରୀ ରାହୁଲ ମଣ୍ଡଳ, ମାଣିପୁର ପଞ୍ଚାୟତର ଭାରପ୍ରାପ୍ତ ସରପଞ୍ଚ ଶ୍ରୀମତୀ ଶାନ୍ତିଲତା ନାଏକ ଓ ସମିତିସଭ୍ୟା ଶ୍ରୀମତୀ ସୂର୍ଯ୍ୟପ୍ରଭା ତ୍ରିପାଠୀ ଏବଂ ଅନ୍ୟ ବିଶିଷ୍ଟ ଅତିଥିଙ୍କ ଉପସ୍ଥିତିରେ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅଧୀନ ମାଣିପୁର ଗ୍ରାମ ପଞ୍ଚାୟତ କଲ୍ୟାଣ ମଣ୍ଡପକୁ ଗତ ଅପରାହ୍ନରେ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଲୋକାର୍ପଣ କରିଛନ୍ତି I ଏହି ଅବସରରେ ଉକ୍ତ ନବନିର୍ମିତ କଲ୍ୟାଣ ମଣ୍ଡପ ପରିସରରେ ବ୍ଲକ ଏବଂ ପଞ୍ଚାୟତ ସ୍ତରୀୟ ବିଭାଗୀୟ ଓ କ୍ଷେତ୍ର ଅଧିକାରୀ ଥିଲେ