This browser does not support the video element.
ଝାରସୁଗୁଡା: ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ନେଇ ଝାରସୁଗୁଡ଼ା ଜିଲ୍ଲା ପାଇଁ ଓରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
Jharsuguda, Jharsuguda | Aug 23, 2025
ଝାରସୁଗୁଡା ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଝାରସୁଗୁଡା ଜିଲ୍ଲା ପାଇଁ ଓରେଞ୍ଜ ସତର୍କତା ଜାରି କରାଯାଇଛି। ଝାରସୁଗୁଡା ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ବିଜୁଳି ବଜ୍ରପାତ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ତେବେ ପ୍ରବଳରୁ ଅତିପ୍ରବଳ ବର୍ଷା ସହିତ ବିଜୁଳି ବଜ୍ରପାତକୁ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଝାରସୁଗୁଡା ଜିଲ୍ଲାପାଇଁ ଆସନ୍ତା ୨୪ ତାରିଖ ରବିବାର ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ଆଜି ଶନିବାର ଦିନ ଗୋଟାଏ ସମୟରେ ଓରେଞ୍ଜ ୱର୍ନିଙ୍ଗ ଜାରି କରାଯାଇଛି।