Download Now Banner

This browser does not support the video element.

ଖୋର୍ଦ୍ଧା: ଖୋର୍ଦ୍ଧା ଆଦର୍ଶ ଥାନା ଶାଗୁଆନ ବଗିଚାରୁ ବ୍ରାଉନସୁଗାର ଜବତ ଜଣେ ଗିରଫ

Khordha, Khordha | Sep 6, 2025
ଖୋରଧା ଆଦର୍ଶ ଥାନା ଅଞ୍ଚଳର ଶାଗୁଆନ ବଗିଚା ରୁ ବ୍ରାଉନ ସୁଗର୍ ସହ ବ୍ୟବସାୟୀ ଙ୍କୁ ଗିରଫ କରିଛି ଆଦର୍ଶ ଥାନା ପୋଲିସ ।ଏସ ପି ବିବେକାନନ୍ଦ ଶର୍ମା ଙ୍କ ନିର୍ଦ୍ଦେଶ , ଏସ ଡି ପି ଓ ନିହାର ରଞ୍ଜନ ପ୍ରଧାନ ଙ୍କ ତତ୍ତ୍ୱାବଧାନରେ ଆଦର୍ଶ ଥାନା ଅଧିକାରୀ ସଞ୍ଜୟ କୁମାର ନାୟକ ଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଟିମ୍ ଶାଗୁଆନ ବଗିଚା ଅଞ୍ଚଳ ରେ ଚଢାଉ କରି ଜଣେ ୩୪ ବର୍ଷୀୟ ପୁରୁଷ ବ୍ୟବସାୟୀ ଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୨୦ ଗ୍ରାମ ବ୍ରାଉନ ଶୁଗର , ଦୁଇଟି ମୋବାଇଲ ଫୋନ ଓ ଏକ ବଜାଜ ପଲ୍ସର୍ ମୋଟର ସାଇକେଲ ଜବତ କରିବା ନେଇ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଖୋରଧା ଏସପି।
Read More News
T & CPrivacy PolicyContact Us