This browser does not support the video element.
ବଲାଙ୍ଗୀର: କୁଡାସିଂହା,ଗାଈସିଲେଟ ଓ ଖୁଜେନପାଲିରେ ସର୍ପ ଦଂଶନ ତିନି ଜଣ ଆହତ ଭୀମ ଭୋଇ ମେଡିକାଲରେ ଭର୍ତ୍ତି
Balangir, Balangir | Oct 9, 2025
କୁଡାସିଂହା,ଗାଈସିଲେଟ ଓ ଖୁଜେନପାଲିରେ ସର୍ପ ଦଂଶନ ତିନି ଜଣ ଆହତ ଭୀମ ଭୋଇ ମେଡିକାଲରେ ଭର୍ତ୍ତି ବଲାଙ୍ଗୀର ଅଞ୍ଚଳରେ ପୁଣି ସର୍ପ ଦଂଶନ ଘଟଣା ଘଟିଛି। ରିତବ ନାଗ, କୁଡା ସିଂହା ଗ୍ରାମର ତାରା ସାହୁ,ଗାଈ ସିଲେଟ ଗ୍ରାମର ଖୁସି ବହିଦାର ଖୁଜେନ ପାଲି ଗ୍ରାମର ଜଣେ ୬ ବର୍ଷର ଶିଶୁ ଏହି ତିନି ଜଣ ସର୍ପ ଦଂଶନରେ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଲୋକେ ପ୍ରଥମେ ନିକଟସ୍ଥ ଚିକିତ୍ସାଳୟକୁ ନେଇ ଯାଇଥିଲେ, ପରେ ସେମାନଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ଆଜି ରାତି ୯ଟା ସମୟରେ ମିଳିଛି।