This browser does not support the video element.
ବଲାଙ୍ଗୀର: ଭୀମ ଭୋଇ ମେଡିକାଲ ରାସ୍ତାରେ ଖଟିଖିଆ ପରିବାର ଘରେ ଚୋର ତାଣ୍ଡବ ଚୋରି କରିନେଲେ ଅଳଙ୍କାର ସହ ଟଙ୍କା
Balangir, Balangir | Sep 1, 2025
ଖଟିଖିଆ ଘରେ ଚୋରର ତାଣ୍ଡବ ବଲାଙ୍ଗୀର: ଭୀମଭୋଇ ଡାକ୍ତରଖାନା ରାସ୍ତାରେ ଏକ ଛୋଟ ଦୋକାନ କରି ପରିବାର ପୋଷଣ କରୁଥିଲେ ଓ ଭବିଷ୍ୟତରେ ଭାତ ହୋଟେଲ ଖୋଲିବା ଲକ୍ଷ୍ୟରେ ଟଙ୍କା ସଞ୍ଚୟ କରୁଥିଲେ। କିନ୍ତୁ ସମସ୍ତ ସଞ୍ଚୟ ସହ ପୈତୃକ ସୁନା ଗହଣା ହାରାଇଥିବାରୁ ପ୍ରମିଳାଙ୍କ ପରିବାର ଭାଙ୍ଗିପଡ଼ିଛନ୍ତି। ପ୍ରମିଳାଙ୍କ ଅଭିଯୋଗ ଆନୁସାରେ ଘରେ ତିନିଜଣ ଶୋଇଥିବା ସ୍ୱତ୍ୱେ ଆଜି ପ୍ରାତଃ ୩ରୁ ୪ଟା ମଧ୍ୟରେ ଘରର ତାଲା ଓ ଗୋଦରେଜକୁ ଲୁହା ରଡ଼ ସାହାଯ୍ୟରେ ଭାଙ୍ଗି, ଚୋରମାନେ ସୁନା, ରୁପା, ଟଙ୍କା ସହ କିଛି ପୋଷାକ ଉଠାଇନେଇଛନ୍ତି।