This browser does not support the video element.
ଝାରସୁଗୁଡା: ଷ୍ଟାର ଏୟାର ପକ୍ଷରୁ ଝାରସୁଗୁଡା ସ୍ଥିତ ବିର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବେଙ୍ଗାଳୁରୁ କୁ ନୂତନ ବିମାନ ସେବା ଆରମ୍ଭ
Jharsuguda, Jharsuguda | Aug 23, 2025
ଷ୍ଟାର ଏୟାର ପକ୍ଷରୁ ଝାରସୁଗୁଡା ସ୍ଥିତ ବିର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବେଙ୍ଗାଳୁରୁ କୁ ନୂତନ ବିମାନ ସେବା ଆରମ୍ଭ କରାଯାଇଛି। ଆଜି ସଂଧ୍ୟା ସାତଟା ସମୟରେ ଏହାର ଶୁଭାରମ୍ଭ କାର୍ଯ୍ୟକ୍ରମ ଝାରସୁଗୁଡା ସ୍ଥିତ ବିର ସୁରେନ୍ଦ୍ର ସାଏ ବିମାନ ଠାରେ ଅନୁଷ୍ଠିତ ହୋଇଯାଇଛି। ଷ୍ଟାର ଏୟାର ପକ୍ଷରୁ ଏହି ବିମାନ ସେବା ସପ୍ତାହରେ ଦୁଇଦିନ ଗୁରୁବାର ଓ ଶନିବାର ଦିନ ଚାଲିବ। ତେବେ ଆଜି ଏହାର ଉଦ୍ଘାଟନି ବିମାନ ରେ ୪୯ ଯାତ୍ରୀ ଝାରସୁଗୁଡା ବିମାନବନ୍ଦରରେ ଆସିଥିବା ବେଳେ ଏଠାରୁ ବେଙ୍ଗାଳୁରୁ କୁ ୫୯ ଜଣ ଯାତ୍ରୀ ଯାତ୍ରା କରିଛନ୍ତି।