This browser does not support the video element.
ମାଲକାନଗିରି: ସଦର ମହକୁମା ଡିଆରଡିଏ କାର୍ଯ୍ୟାଳୟରେ ଓଡିଶା ଭିଜନ-୨୦୩୬ ଓ ୨୦୪୭ ଜିଲ୍ଲା ସ୍ତରୀୟ ପରାମର୍ଶ କର୍ମଶାଳା ଅନୁଷ୍ଠିତ, ମନ୍ତ୍ରୀଙ୍କ ପ୍ରତିକ୍ରିୟା
Malkangiri, Malkangiri | Jun 15, 2025
ମାଲକାନଗିରି ଜିଲ୍ଲା ସଦର ମହକୁମାର ଡିଆରଡିଏ କାର୍ଯ୍ୟଳୟରେ ଓଡିଶା ଭିଜନ ୨୦୩୬ ଓ ୨୦୪୭ ଜିଲ୍ଲା ସ୍ତରୀୟ ପରାମର୍ଶ କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉପସ୍ଥିତ ରହିଥିବା ବେଳେ ସମ୍ମାନିତ ଅତିଥି ଭାବେ ସାଂସଦ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ମାଲକାନଗିରି ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ନରେଶ ଚନ୍ଦ୍ର ଶବର ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହ ସମସ୍ତ ବିଭାଗର ଅଧିକାରି, ବିଭିନ୍ନ ସଙ୍ଗଠନ କର୍ମକର୍ତ୍ତା ଉପସ୍ଥିତ ଥିଲେ।