Download Now Banner

This browser does not support the video element.

ବୀରମହାରାଜପୁର: ବିନିକା ବସଷ୍ଟାଣ୍ଡ ସମ୍ମୁଖରେ ଥିବା ମାଁ ମାହେଶ୍ୱରୀ ଫେନ୍ସି ଦୋକାନରୁ ଚୋରି , ପୋଲିସର ତଦନ୍ତ ଜାରି

Biramaharajpur, Subarnapur (Sonepur) | Sep 10, 2025
ସୁବର୍ଣ୍ଣପୁର ଜିଲ୍ଲା ବିନିକା ବସଷ୍ଟାଣ୍ଡ ସମ୍ମୁଖରେ ଥିବା ମାଁ ମାହେଶ୍ୱରୀ ଫାନ୍ସୀ ଦୋକାନର ସ୍କାଏଲାଇଟ୍ ଭଙ୍ଗା ଚୋରି ହୋଇଥିବା ଅଭିଯୋଗ ହେଉଛି l ସୂଚନା ଅନୁସାରେ ଦୋକାନର ମାଲିକ ଭ୍ରମର ପାତ୍ର ଆଜି ସକାଳ ପ୍ରାୟ 9ଟା 30ରେ ଦୋକାନ ଖୋଲିବା ପାଇଁ ଆସିଥିଲେ l ମାତ୍ର ଦୋକାନର ସ୍କାଇ ଲାଇଟ୍ ଭଙ୍ଗା ଅବସ୍ଥାରେ ରହିଥିବା ବେଳେ ବିଭିନ୍ନ ସାମଗ୍ରୀ ଏପଟ ସେପଟ ହୋଇଥିବା ଦେଖିଥିଲେ l ଭିତରେ ଯାଇ ଦେଖିଲା ପରେ ଦୋକାନରୁ ନଗଦ 21ହଜାର ଟଙ୍କା ସହ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ l ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି l
Read More News
T & CPrivacy PolicyContact Us