Download Now Banner

This browser does not support the video element.

ଦେବଗଡ: ରଙ୍ଗମାଟିଆ ଗାଁର ଦୁଷ୍କର୍ମ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ, ଜୋରିମାନା ସହିତ ଶେଷ ନିଶ୍ୱାସ ଥିବା ଯାଏଁ ଦଣ୍ଡ ଭୋଗିବେ ଦୋଷୀ

Debagarh, Debagarh (Deogarh) | Sep 6, 2025
ଦେବଗଡ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ୨୦୧୯ ମସିହାରେ ଘଟିଥିବା ଏକ ଦୁଷ୍କର୍ମ ମାମଲାର ଆଜି ବିଚାର କରି ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହିତ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂୂଚନା ଅନୁଯାୟୀ କୁଣ୍ଢେଇଗୋଳା ଥାନା ରଙ୍ଗମାଟିଆ ଗ୍ରାମର ଭଞ୍ଜକିଶୋର ନାଏକ ନାମକ ଜଣେ ଯୁବକ ୨୦୧୯ ମସିହା ଡିସେମ୍ବର ମାସ ୨୮ ତାରିଖ ଦିନ ବିବାହର ପ୍ରଲୋଭନ ଦେଖାଇ ଦେବଗଡ ଥାନା ଅଂଚଳର ଜଣେ ଯୁବତୀଙ୍କୁ ମଧ୍ୟପ୍ରଦେଶ ସାଗର ଅଂଚଳକୁ ନେଇଯିବା ସହ ତାଙ୍କୁ ଦୁଷ୍କର୍ମ କରିଥିଲା । ପରେ ଜନୈକା ଯୁବତୀଙ୍କୁ ସେଠାକାର ଧର୍ମେଶ ରାଜପୁତ ନାମକ ଜଣେ ଯୁବକଙ୍କୁ ବିକ୍ରୀକରି ନିଜ ଘରକୁ ଫେରିଆସିଥିଲା ।
Read More News
T & CPrivacy PolicyContact Us