Download Now Banner

This browser does not support the video element.

ବଡଚଣା: ଛତିଆ ବାଟ ମଙ୍ଗଳା ବଜାରରେ ବୋଲେରୋ ଧକ୍କାରେ ଅଟୋ ଓ ସ୍କୁଟି ଚୁରମାର

Badachana, Jajpur | Apr 21, 2024
ବଡଚଣା ବୈରୀ ଥାନା ଅନ୍ତର୍ଗତ ଛତିଆ ବାଟ ମଙ୍ଗଳା ବଜାର ନିକଟ ପୂଜାରାଣୀ ଲସି ଦୋକାନ ସମ୍ମୁଖରେ ରବିବାର ସନ୍ଧ୍ୟାରେ ଏକ ବୋଲେରୋ ଧକ୍କାରେ ଏକ ତିନି ଚକିଆ ଡାଲା ଅଟୋ ସହ ଏକ ସ୍କୁଟି ଚୁରମାର ହୋଇଯାଇଛି। ଉକ୍ତ ଦୋକାନ ସମ୍ମୁଖରେ ପୂର୍ବରୁ ଦୁଇଟି ଗାଡି ଛିଡାହୋଇଥିଲା ବେଳେ ଭାରସାମ୍ୟ ହରାଇ ବୋଲେରୋ ଦୁଇଟି ଗାଡି ଉପରେ ଚଢି ଯାଇଥିଲା। ସୂଚନା ପାଇ ଛତିଆ ବିଟ ହାଉସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଗୁଡିକୁ ଜବତ କରିଥିବା ଜଣାପଡ଼ିଛି।
Read More News
T & CPrivacy PolicyContact Us