This browser does not support the video element.
କୁଚିଣ୍ଡା: କିଣ୍ଡିରା ଠାରେ ସରକାରୀ ସୂଚନା ଫଳକ ତଳେ ଚାପି ଜଣେ ଶିଶୁଙ୍କ ମୃତ୍ୟୁ, ମାମଲା ରୁଜୁ କଲା ପୋଲିସ
Kochinda, Sambalpur | Sep 27, 2025
କୁଚିଣ୍ଡା ଥାନା ଅନ୍ତର୍ଗତ କିଣ୍ଡିରା କିସାନପଡ଼ା ଠାରେ ରାସ୍ତା କଡ଼ରେ ଲାଗିଥିବା ସରକାରୀ ସୂଚନା ଫଳକ ପଡ଼ି ଜଣେ ଶିଶୁ ଙ୍କ ମୃତ୍ୟୁ ହୋଇ ଥିବା ବେଳେ ଉକ୍ତ ଘଟଣା ଟି ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ମୃତ ଶିଶୁ ଜଣକ କଣ୍ଡିରା ଗ୍ରାମର ଜଗା ସେଉଲଙ୍କ ୮ ବର୍ଷ ର ପୁଅ ଆଶ୍ରିତ ସେଉଲ୍ ବୋଲି ଜଣାପଡିଛି। ସୂଚନା ପାଇ ପୋଲିସ ଡାକ୍ତରଖାନା କୁ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଏକ ମାମଲା ରୁଜୁ କରିଛନ୍ତି। ଅନ୍ୟପଟେ ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ପୋଲିସ ପକ୍ଷରୁ ସନ୍ଧ୍ୟା ୭ ଟା ସମୟରେ ସୂଚନା ପ୍ରଦାନ କରାଯାଇଛି।