This browser does not support the video element.
ବୋଲଗଡ: ଦଳେଇସାହି ପଞ୍ଚାୟତରେ ସରପଞ୍ଚଙ୍କ ବିରୋଧରେ ସରିଲା ଅନାସ୍ଥା ଭୋଟ
Bolagad, Khordha | Sep 3, 2025
ବୋଲଗଡ ବ୍ଲକ ଦଳେଇସାହି ଗ୍ରାମପଂଚାୟତ ସରପଞ୍ଚ ଶ୍ରୀମତୀ ସତ୍ୟଭାମା ଦେଇ ଙ୍କ ଭାଗ୍ୟ ଏବେ ଭୋଟ ବାକ୍ସ ମଧରେ ରହିଛି. ପଞ୍ଚାୟତର ୧୨ଜଣ ୱାର୍ଡ ସଭ୍ୟ ସଭ୍ୟା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଆଣିଥିଲେ. ଉପଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ସମସ୍ତେ ଲିଖିତ ଅଭିଯୋଗ କରିଥିଲେ. ଉପଜିଲ୍ଲାପାଳ ସେପ୍ଟେମ୍ବର ୩ତାରିଖକୁ ଭୋଟ ଗ୍ରହଣ ପାଇଁ ନୋଟିସ କରିଥିଲେ. ବୁଧବାର ପଞ୍ଚାୟତ କାର୍ଯ୍ୟାଳୟ ରେ ବିଡିଓ ସୁମନ ସୁଧା କୁଣ୍ଡୁ, ତହସିଲଦାର ବିଜୟ କୁମାର ସେଠି ଓ ଏବିଡ଼ିଓ ଭୋଟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ.