This browser does not support the video element.
ପଟ୍ଟାଙ୍ଗୀ: କୁନ୍ଦୁଲି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତ ସ୍ତରୀୟ ସଚେତନତା ଓ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
Pottangi, Koraput | Aug 25, 2025
ଆଜି ପଟାଙ୍ଗୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସେମିଳିଗୁଡା ବ୍ଲକର କୁନ୍ଦୁଲି ଗ୍ରାମପଞ୍ଚାୟତର ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତ ସ୍ତରୀୟ ସଚେତନତା ଓ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏ ନେଇ ବ୍ଲକ କାର୍ଯ୍ୟାଳୟ ତରଫରୁ ଅପରାହ୍ନ୩ଟା ସମୟରେ ସୂଚନା ମିଳିଛି। ଉକ୍ତ ସଚେତନତା ଓ ଜନ ଶୁଣାଣି ଶିବିରରେ ବ୍ଲକ ପ୍ରଶାସନିକ ଅଧିକାରୀ, ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ , ସ୍ଥାନୀୟ ଜନପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।