This browser does not support the video element.
ଜୟପୁର: ଶିବଗୁଡା କେନାଲ ନିକଟରେ ଛୁରି ଦେଖାଇ ମୋବାଇଲ ଲୁଟ ଜୟପୁର ସଦର ଥାନା ରେ ଅଭିଯୋଗ,, ମାମଲା ରୁଜୁ ତଦନ୍ତ ଆରମ୍ଭ
Jeypore, Koraput | Aug 27, 2025
ଛୁରି ଦେଖାଇ ମୋବାଇଲ ଲୁଟ ହୋଇଥିବା ନେଇ ଜୟପୁର ସଦର ଥାନା ରେ ଅଭିଯୋଗ ହୋଇଛି । ସୁଚନା ଅନୁଯାଇ ଶିବଗୁଡାର ଇନ୍ଦ୍ର ରଣା ଲିଖିତ ଅଭିଯୋଗ କରିଛନ୍ତି । ସେ ଓ ତାଙ୍କ ସାଙ୍ଗ ଇଶ୍ୱର ଗାଦବା ନିକଟସ୍ଥ କେନାଲକୁ ଗାଧେଇବାକୁ ଯାଇଥିଲେ । ସେହି ସମୟରେ ୨ ଟି ବାଇକରେ ୬ ଜଣ ଦୁବୁତ୍ତ ଆସି ଛୁରିରେ ଆକ୍ରମଣ କରି ମୋବାଇଲ ଲୁଟ୍ କରି ଚମ୍ପଟ ମାରିଥିଲେ । ଏନେଇ ଅଭି ଯୋଗ ହେବାରୁ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବିଷୟ ଆଜି ରାତ୍ର ୮ଟାରେ ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୁଚନା ଦେଇଛନ୍ତି ।