This browser does not support the video element.
ଆନନ୍ଦପୁର: ହାଟଡିହି ବ୍ଲକର ଦୁଇଟି କେନ୍ଦ୍ରରେ ୩୯୮ଜଣ ନବମ ଶ୍ରେଣୀ ଛାତ୍ରଛାତ୍ରୀ ଦେଲେ ଜାତୀୟ ମେଧାବୃତ୍ତି ପରୀକ୍ଷା
Anandapur, Kendujhar | Sep 19, 2025
ହାଟଡିହି ବ୍ଲକର ହାଟଡ଼ିହି ହାଇସ୍କୁଲ ଓ ବଂଚୋ ହାଇସ୍କୁଲ ରେ ଆଜି ଦିନ୧୨ଟା ପର୍ଯ୍ୟନ୍ତ ନବମ ଶ୍ରେଣୀ ଜାତୀୟ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ବ୍ଲକର ମୋଟ ୩୯୮ ଜଣ ନବମ ଶ୍ରେଣୀ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଛନ୍ତି। ହାଟଡିହି ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୨୪୭ଜଣ ପରୀକ୍ଷା ଦେଇଥିବା ବେଳେ ବଂଚୋ ବାରାହୀ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୧୫୧ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ବ୍ଲକ ଶିକ୍ଷା ଅଧିକାରୀ ଉଭୟ କେନ୍ଦ୍ର ବୁଲି ପରୀକ୍ଷା ତଦାରଖ କରିଥିଲେ।