This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ଆଇଟିଆର ତଥ୍ୟ ଲିକ ଘଟଣାର ଜେଏମଏଫସି କୋର୍ଟରେ ଅଭିଯୁକ୍ତ ଆସିଫ ଅଲ୍ଲୀ ଙ୍କୁ ହାଜର କଲା ମିରଟ ପୋଲିସ
Baleshwar M, Balasore | Sep 12, 2025
ବହୁ ଚର୍ଚ୍ଚିତ ଚାନ୍ଦିପୁର ଆଇଟିଆର କ୍ୟାମେରମ୍ୟାନ ଈଶ୍ୱର ବେହେରା ଗିରଫ ଘଟଣାରେ ଅନ୍ୟ ଅଭିଯୁକ୍ତ ଆସିଫ ଅଲ୍ଲୀଙ୍କୁ ଦୀର୍ଘ ୧୦ ବର୍ଷ ପରେ ଆଜି ପୂର୍ବାହ୍ନ ୧୧ଟାରେ ବାଲେଶ୍ୱରର ଜେଏମଏଫସି କୋର୍ଟରେ ହାଜର କରାଯାଇଛି। ସ୍ୱତନ୍ତ୍ର ସୁରକ୍ଷା ବଳୟ ଭିତରେ ମିରଟ ଜେଲରୁ ତାଙ୍କୁ ବାଲେଶ୍ଵର ଜେଲକୁ ଅଣାଯାଇଥିଲା। ପାକିସ୍ତାନର ଆଇଏସଆଇକୁ ଈଶ୍ୱର ବେହେରାଙ୍କ ସମେତ ଆସିଫ କ୍ଷେପଣାସ୍ତ୍ର ପରୀକ୍ଷଣ ତଥ୍ୟ ହସ୍ତାନ୍ତର ମାମଲାରେ ଗିରଫ ହୋଇଥିଲେ। ତେବେ ତାଙ୍କ ନାମରେ ଏକ ମାମଲା ମିରଟ କୋର୍ଟରେ ବିଚାରାଧୀନ ଥିଲା। ଏହି ମାମଲାର ବିଚାର ସରିବା ପରେ ତାଙ୍କୁ ବାଲେଶ୍ୱର ଅଦାଲତରେ ହାଜର କରାଯାଇଥିଲା।