This browser does not support the video element.
ପୁରୀ ମ୍ୟୁନିସିପାଲଟି: ଆଜି ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥି। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଂକ ବଳିବାମନ ବେଶ।
Puri M, Puri | Sep 5, 2025
ଆଜି ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥି। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଂକ ବଳିବାମନ ବେଶ। ରତ୍ନସିଂହାସନରେ ଚତୁର୍ଦ୍ଧାବିଗ୍ରହ ବଳି ବାମନ ବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ପୂର୍ବ ଦିନ ଦ୍ବାଦଶୀ ତିଥିରେ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ବିଶେଷ ତାତ୍ପର୍ୟ୍ୟପୂର୍ଣ ଦିବସ । ଏ ଦିନ ଭଗବାନ ବାମନଙ୍କର ଜନ୍ମୋତ୍ସବ। ଶ୍ରୀ ଜଗନ୍ନାଥ ହେଉଛନ୍ତି ସ୍ୱୟଂ ବିଷ୍ଣୁ । ଏହି ବିଷ୍ଣୁ ତାହାଙ୍କର ପଞ୍ଚମ ଅବତାରରେ ବାମନ ରୂପେ ଆର୍ବିଭୂତ ହୋଇଥିଲେ । ଆଜି ଦ୍ଵିପ୍ରହର ଧୂପ ଶେଷ ହେବାପରେ ଜଗନ୍ନାଥ ମହାପ୍ରଭୁ ବାମନ ବେଶ ଧାରଣ କରିଥାନ୍ତି ।