This browser does not support the video element.
ଗୋବିନ୍ଦପୁର: ବାମରା ଦେଇ ଯାଉଥିବା ବିଭିନ୍ନ ଟ୍ରେନ ବାତିଲ, ନିନ୍ଦା କଲା ଏସୟୁସିଆଇ କମ୍ୟୁନିଷ୍ଟ
Govindpur, Sambalpur | Aug 27, 2025
ଚକ୍ରଧରପୂର୍ ରେଳ ଡିଭିଜନ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ହେବା କୁ ଥିବା ଉନ୍ନୟନ କାର୍ଯ୍ୟ କୁ ନେଇ ରାଉରକେଲା ରୁ ଝାରସୁଗୁଡା ମଧ୍ୟରେ, ଅଗଷ୍ଟ ଓ ସେପ୍ଟେମ୍ବର ମାସ ପାଇଁ ବିଭିନ୍ନ ଏକ୍ସପ୍ରେସ ଓ ପ୍ୟାସେଞ୍ଜର ଟ୍ରେନ ଗୁଡ଼ିକୁ ବାତିଲ କରାଯାଇଛି। ଅଗଷ୍ଟ ଓ ସେପ୍ଟେମ୍ବର ମାସ ରେ ବିଭିନ୍ନ ପର୍ବ ପର୍ବାଣୀ ଥିବା ବେଳେ ଏହି ସମୟରେ ଟ୍ରେନ ବାତିଲ ହେବା ଯୋଗୁଁ ଅଞ୍ଚଳବାସୀ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ରେଳ ବିଭାଗ ର ଏହି ପଦକ୍ଷେପ କୁ SU CI କମ୍ୟୁନିଷ୍ଟ ପକ୍ଷରୁ ବୁଧବାର ଦିନ ନିନ୍ଦା କରିବା ସହ ପାର୍ବଣ ରେ ଟ୍ରେନ ଗୁଡ଼ିକୁ ବାତିଲ ନ କରିବା ପାଇଁ ଦାବି କରାଯାଇଛି।