This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ପୁଲବଜାର ଛକ ନିକଟରେ ଏକ ଧାର୍ମିକ ସ୍ଥଳରେ ଲାଠି ମାଡ଼କୁ ନେଇ ଉତ୍ତେଜନା, ପୋଲିସ୍ ଫୋର୍ସ ମୁତୟନ
Baleshwar M, Balasore | Oct 4, 2025
ପୁଲବଜାର ଛକ ନିକଟରେ ଏକ ଧାର୍ମିକ ସ୍ଥଳରେ ଲାଠି ମାଡ଼କୁ ନେଇ ଉତ୍ତେଜନା ଦେଖାଯାଇଛି।ସ୍ଥାନୀୟ ଅଂଚଳରେ ରାସ୍ତା ରୋକ ସହ ଚାପା ଉତ୍ତେଜନା ଦେଖାଯାଇଛି ଘଟଣା ସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ସହ ପୁଲ ବଜାର ରାସ୍ତା ଶିଲ୍ କରାଯାଇଛି। ସଦର ମାଜିଷ୍ଟେଟ , ଏସ୍ପି ଓ ବିଶିଷ୍ଟ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ତଦନ୍ତ ଜାରି।ସୂଚନା ଅନୁଯାୟୀ ବାଲେଶ୍ୱର ପୁଲ ବଜାର ଛକ ନିକଟରେ ଭିନ୍ନ ସାମ୍ପ୍ରଦାୟ ର ଏକ ଧାର୍ମିକ ସ୍ଥଳରେ ଥିବା ଲାଇଟକୁ ଭୋର ସମୟରେ କିଛି ଦୁର୍ବୁତ୍ତ ଲାଠି ମାଡ଼ କରି ଭାଙ୍ଗି ଦେଇ ଥିଲେ।ଏନେଇ ପୋଲିସ୍ ଶନିବାର ଦିନ ୩:୩୦ରେ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।