This browser does not support the video element.
ଆଳି: ମଙ୍ଗରାଜପୁର ଗ୍ରାମରେ ଜେଜେଙ୍କ ଦଶାହ କର୍ମରେ ଶୁଦ୍ଧି ହେବାପରେ କାଣି ନଦୀରେ ଗାଧୋଉଥିବା ସମୟରେ ଗୋଡ ଖସିଯିବାରୁ ୨୨ ବର୍ଷୀୟ ଯୁବକ ନିଖୋଜ
Aali, Kendrapara | Mar 6, 2024
ଆଜି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମରେ ଜେଜେଙ୍କ ଦଶାହ କର୍ମରେ ଶୁଦ୍ଧି ହେବାପରେ ଘର ପାଖରେ ଥିବା କାଣି ନଦୀରେ ଗାଧୋଉଥିବା ସମୟରେ ଗୋଡ଼ ଖସି ଯିବାରୁ ୨୨ ବର୍ଷୀୟ ଯୁବକ ନିଖୋଜ ହୋଇଛନ୍ତି। ଯୁବକ ଜଣଙ୍କ ସେହିଗ୍ରାମର ସୁଶାନ୍ତ ଗିରିଙ୍କ ବଡ଼ପୁଅ ରାକେଶ ଗିରି ବୋଲି ଜଣାପଡିଥିବାବେଳେ ସେ ଦିଲ୍ଲୀରେ ରହି ପାଠପଢ଼ନ୍ତି। ଆଜି ସକାଳ ୧୧ଟାରେ ତାଙ୍କ ଜେଜେଙ୍କ ଦଶାହକର୍ମରେ ଶୁଦ୍ଧି ହୋଇସାରି ନଦୀରେ ଗାଧୋଉଥିବା ସମୟରେ ଗୋଡ଼ ଖସିଯିବାରୁ ହଠାତ୍ ସେ ନିଖୋଜ ହୋଇଯାଇଛନ୍ତି। ଘଟଣାସ୍ଥଳରେ ଆଳି ଦମକଳ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛି।