Download Now Banner

This browser does not support the video element.

ସୋର: ବାଗୁଡ଼ି ଅଞ୍ଚଳରେ ଶ୍ରମିକ ଭାବେ କାମ କରୁଥିବା ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ

Soro, Balasore | Sep 2, 2025
ସୋର ବ୍ଲକ ବାଗୁଡ଼ି ଅଞ୍ଚଳରେ କାମ କରୁଥିବା ଜଣେ ମହିଳା ଶ୍ରମିକଙ୍କର ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଯାଇଛି।ସୂଚନା ଅନୁସାରେ କୁପାରୀ ଅଞ୍ଚଳର ରୁପାଲୀ ଖେରୁଆଳ (୪୦) ତାଙ୍କ ସ୍ୱାମୀ ଗୋପାଳ ଖେରୁଆଳଙ୍କ ସହିତ ବାଗୁଡ଼ିରେ ରହି ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ଗତକାଲି ରାତିରେ ଉଭୟ ସ୍ୱାମୀ ସ୍ତ୍ରୀ ଖାଇ ପିଇ ଶୋଇଥିବା ବେଳେ ବିଳମ୍ବିତ ରାତିରେ ରୁପାଲୀ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ଫଳରେ ଗୋପାଳ ତାଙ୍କୁ ଅଟୋ ଯୋଗେ ସୋର ମେଡ଼ିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ରୁପାଲୀଙ୍କର ମୃତ୍ୟୁ ହୋଇ ଯାଇଥିଲା।
Read More News
T & CPrivacy PolicyContact Us