This browser does not support the video element.
ଢେଙ୍କାନାଳ ସଦର: ଯୋରନ୍ଦା ମହିମା ଗାଦୀରେ ନିର୍ବାହୀ ପର୍ବ ପାଳିତ, ରାଜ୍ୟ ତଥା ରାଜ୍ୟ ବାହାରୁ ସାଧୁସନ୍ଥଙ୍କ ଯୋଗଦାନ
Dhenkanal Sadar, Dhenkanal | Aug 25, 2025
ଢେଙ୍କାନାଳ ବିଶ୍ଵ ପ୍ରସିଦ୍ଧ ମହିମାଧର୍ମର ପବିତ୍ର ମହିମାଗାଦି ଯୋରନ୍ଦାରେ ସୋମବାର ଦିନ ନବାନ୍ନ ଉତ୍ସବ ଅନୁଷ୍ଠିତ ହୋଇଛି। ପ୍ରତିବର୍ଷ ଭଳି ଚଳିତ ଭାଦ୍ରବ ଶୁକ୍ଳ ଦ୍ଵିତୀୟା ତିଥ୍ ବ୍ରାହ୍ମ ମୂହୁତରେ ଶୁନ୍ୟ ବ୍ରହ୍ମ ମହିମାପ୍ରଭୁଙ୍କ ନବାନ୍ନ ପ୍ରସାଦ ପ୍ରସାଦ ଲାଗି ହୋଇଛି।ନୂତନ ଧାନଶସ୍ୟରୁ ପ୍ରସ୍ତୁତ ଚୁଡ଼ାରେ ଗୁଡ଼, କଦଳୀ, ସେଓ, ନଡ଼ିଆ, ଅଙ୍ଗୁର ଆଦି ସୁସ୍ବାଦୁ ଫଳ, ଛେନା,ବୁନ୍ଦିଆ, ଗୁଜୁରାତି, ଅଳେଇଚ, ଅଦା, ଲବଙ୍ଗ ମିଶାଯାଇ ୭ଟି ନୂଆ ମାଟିହାଣ୍ଡିରେ ୭ ମୂର୍ତ୍ତି ତ୍ୟାଗୀନବାନ୍ନ ପ୍ରଭୁ ମହିମାସ୍ଵାମୀଙ୍କୁ ଅର୍ପଣ କରାଯାଇଛି।