This browser does not support the video element.
ହିନ୍ଦୋଳ: ସାଇଁବିରିଠାରୁ ଶତାବ୍ଦୀ ସ୍ୱାଗତ ସମାରୋହ ଉତ୍ସବ
Hindol, Dhenkanal | Oct 1, 2025
ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଗଦାଶିଳା ମଣ୍ଡଳରେ ଆଜି ତା ୦୧.୧୦.୨୫ ରିଖ ବୁଧବାର ଦିନ ସ୍ଥାନୀୟ ସାଇଁବିରି ଫୁଟବଲ୍ ଖେଳ ପଡ଼ିଆଠାରେ ଶତାବ୍ଦୀ ସ୍ୱାଗତ ସମାରୋହ ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବରେ ମଞ୍ଚାସିନ ଅତିଥି ଭାବେ ଜିଲ୍ଲା ସଂଘଚାଳକ ଅଶୋକ କୁମାର ଭଞ୍ଜ, ସଂଘଚାଳକ ବିଶ୍ୱଜିତ୍ ପରିଡ଼ା, ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବଳରାମପୁର ପ୍ରାଥମିକ ଚିକିତ୍ସାଳୟର ଡାକ୍ତର କମଳାକାନ୍ତ ରାଉତ ଯୋଗଦେଇ ସ୍ଵୟସେବକ ମାନଙ୍କର ଧେୟନିଷ୍ଠା ଓ ଶୃଙ୍ଖଳା ଦେଖି ନିଜକୁ ଗର୍ବ ଅନୁଭବ କରିବାସହ ଆଗାମୀ ଦିନରେ ସଂଘ କାର୍ଯର ଉତ୍ତରୋତ୍ତର କାମନା କରିଥିଲେ ।