This browser does not support the video element.
ସୋର: ଶିକ୍ଷକ ନିଯୁକ୍ତି ଦାବୀରେ ବଗଲପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଅବିଭାବକ ଏବଂ ଛାତ୍ରଛାତ୍ରୀଙ୍କ ଧାରଣା
Soro, Balasore | Aug 25, 2025
ବାହାନଗା ବ୍ଲକ ପଥର ପେଣ୍ଠ ପଞ୍ଚାୟତ ବଗଲପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବୀ କରି ଛାତ୍ରଛାତ୍ରୀ ଅବିଭାବକ ମାନେ ଗେଟରେ ତାଲା ପକାଇ ଧାରଣା ଦେଇଥିଲେ। ଏହି ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀ ଛଅଟି ଶ୍ରେଣୀରେ ପାଠପଢାଉ ଥିବା ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିଲା। ଏ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଥିଲା।ଫଳରେ ଆଜି ପୂର୍ବାହ୍ନରେ ଅଭିଭାବକ ଏବଂ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ବାହାରେ ଧାରଣାରେ ବସିଥିଲେ ।ଖବର ପାଇ କ୍ଲଷ୍ଟରର ସିଆରସିସି ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ।