This browser does not support the video element.
ଲୋଇସିଂହା: ଆଗଲପୁର ବେନ୍ଦ୍ରାରେ କରୁଣାମୟୀ ମା’ ଦୁର୍ଗାଙ୍କ ଦର୍ଶନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
Loisinga, Balangir | Oct 1, 2025
ଆଜି ରାତି ୯ଟା ସମୟରେ ଆଗଲପୁର ସ୍ଥିତ ବେନ୍ଦ୍ରାରେ ଆୟୋଜିତ ଦୁର୍ଗା ପୂଜା ଅବସରରେ କରୁଣାମୟୀ ମା’ ଦୁର୍ଗାଙ୍କ ଦର୍ଶନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ। ସେ ପୂଜା ପାଳନରେ ସାମିଲ ହୋଇ ମା’ଙ୍କ ଚରଣରେ ଅର୍ଚ୍ଚନା କରି, ଅଞ୍ଚଳର ସମୃଦ୍ଧି, ଶାନ୍ତି ଓ ଲୋକମାନଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରିଥିଲେ। ମନ୍ତ୍ରୀଙ୍କ ଆଗମନରେ ପୂଜା ପଣ୍ଡାଲରେ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଏହି ସମୟରେ ସ୍ଥାନୀୟ ଲୋକ, ଭକ୍ତମାନେ ଓ ପୂଜା କମିଟି ସଦସ୍ୟମାନେ ସ୍ୱାଗତ କରିଥିଲେ।